ଆମେରିକାର ଏହି ପଦକ୍ଷେପ ବଢ଼ାଇଲା ଋଷ ଓ ଚୀନର ଟେନସନ୍!
Advertisement
trendingNow11144939

ଆମେରିକାର ଏହି ପଦକ୍ଷେପ ବଢ଼ାଇଲା ଋଷ ଓ ଚୀନର ଟେନସନ୍!

US Tested Hypersonic Missile: ୟୁକ୍ରେନ ଯୁଦ୍ଧ (Russia-Ukraine War) କୁ ଦୃଷ୍ଟିରେ ରଖି କ୍ଷେପଣାସ୍ତ୍ର ପରୀକ୍ଷଣର ଖବରକୁ ଗୁପ୍ତ ରଖାଯାଇଥିଲା, କାରଣ ଏହା ଦ୍ୱାରା ଉତ୍ତେଜନା ବଢ଼ିବାର ସମ୍ଭାବନା ଥିଲା । ତେଣୁ ସେତେବେଳେ ଏହା ଘୋଷଣା କରାଯାଇ ନଥିଲା । ମାର୍ଚ୍ଚ ୨୦୨୦ରେ ଆମେରିକା ସେନା ଓ ନୌସେନା ମିଳିତ ଭାବରେ ଅନେକ ହାଇପରସୋନିକ୍ କ୍ଷେପଣାସ୍ତ୍ରର ପ୍ରୋଟୋଟାଇପ୍ ପରୀକ୍ଷା କରିଥିଲେ । DARPA କହିଛି ଯେ, ବାୟୁମଣ୍ଡଳରେ ଉପସ୍ଥିତ ବାୟୁକୁ ବ୍ୟବହାର କରି ହାଇପରସୋନିକ୍ କ୍ଷେପଣାସ୍ତ୍ର ଗତିଶୀଳତା ବଜାୟ ରଖେ । 

ଆମେରିକାର ଏହି ପଦକ୍ଷେପ ବଢ଼ାଇଲା ଋଷ ଓ ଚୀନର ଟେନସନ୍!

ନୂଆଦିଲ୍ଲୀ: US Tested Hypersonic Missile: ଆମେରିକା (America), ଅଷ୍ଟ୍ରେଲିଆ (Australia) ଏବଂ ବ୍ରିଟେନ (Britain) ମିଳିତ ଭାବରେ ହାଇପରସୋନିକ୍ କ୍ଷେପଣାସ୍ତ୍ର (Hypersonic Missile) ନିର୍ମାଣ କରିବେ । ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ କହିଛନ୍ତି ଯେ, ନିକଟ ଅତୀତରେ ଗଠିତ ସୁରକ୍ଷା ସହଯୋଗୀ 'ଆକୁସ୍' (AUKUS) ଅନ୍ତର୍ଗତ ହାଇପରସୋନିକ୍ କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ସେମାନେ ମିଳିତ ଭାବେ କାର୍ଯ୍ୟ କରିବେ । ଭାରତ-ପ୍ରଶାନ୍ତ ମହାସାଗର (Indo-Pacific region) ରେ ଚୀନ (China) ର ବଢ଼ୁଥିବା ସାମରିକ ଦବଦବାକୁ ନେଇ ଚିନ୍ତିତ ତିନି ଦେଶ ଏହି ଘୋଷଣା କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden), ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ (UK Prime Minister Boris Johnson) ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ (Australian Prime Minister Scott Morrison) AUKUS ର ଅଗ୍ରଗତି ଉପରେ ବିଚାର କରିବା ପରେ ଏହି ଘୋଷଣା କରିଛନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ଏହି ମେଣ୍ଟ ଗଠନ କରାଯାଇଥିଲା ।

ସେପଟେ, ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ (US Defense Department Pentagon) ଏକ ନୂତନ ହାଇପରସୋନିକ୍ କ୍ଷେପଣାସ୍ତ୍ର (Hypersonic Missile) ର ପରୀକ୍ଷଣ ବିଷୟରେ ସୂଚନା ଦେଇଛି । ଆସନ୍ତା ବର୍ଷ ସୁଦ୍ଧା ପେଣ୍ଟାଗନ୍ ହାଇପରସୋନିକ୍ କ୍ଷେପଣାସ୍ତ୍ର ମୁତୟନ ଉପରେ କାର୍ଯ୍ୟ କରୁଛି । ପ୍ରତିରକ୍ଷା ବିଭାଗର ପେଣ୍ଟାଗନ୍ ଅଧିକାରୀମାନେ ଚୀନ (China) ଓ ଋଷ (Russia) ର ଅତ୍ୟାଧୁନିକ କ୍ଷେପଣାସ୍ତ୍ର କ୍ଷମତାର ବରାବର କିମ୍ବା ଅତିକ୍ରମ କରିବାକୁ ଚାହୁଁଛନ୍ତି ।

ଆମେରିକାର ଡିଫେନ୍ସ ଆଡଭାନ୍ସଡ ରିସର୍ଚ୍ଚ ପ୍ରୋଜେକ୍ଟ ଏଜେନ୍ସି କହିଛି ଯେ, ନିକଟ ଅତୀତରେ ସେ ଏକ ବିମାନ ଉତକ୍ଷେପଣ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରିଛି ଯାହା ମ୍ୟାକ୍ ୫ ବା ଧ୍ୱନିଠାରୁ ୫ ଗୁଣ ଅଧିକ ଦ୍ରୁତ ଗତିରେ ଉଡ଼ିବାରେ ସଫଳ ହୋଇଛି । ଏହି କ୍ଷେପଣାସ୍ତ୍ର ୬୫ ହଜାର ଫୁଟ ଉଚ୍ଚତାରେ ପହଞ୍ଚି ପ୍ରାୟ ୩୦୦ ନୋଟିକାଲ୍ ମାଇଲ୍ ଦୂରତାକୁ ଅତିକ୍ରମ କରିଥିଲା ।

ଆମେରିକାର ହାଇପରସୋନିକ୍ ମିସାଇଲ୍ DARP ହାଇପରସୋନିକ୍ କ୍ଷେପଣାସ୍ତ୍ରର ବିକାଶ ପାଇଁ HWAC  ଅର୍ଥାତ ହାଇପରସୋନିକ୍ ଏୟାର ବ୍ରିଦିଙ୍ଗ ୱେପନ୍ କୋନ୍ସେପ୍ଟ ପ୍ରୋଗ୍ରାମ ଚଳାଉଛି । ଗତଥର ସେପ୍ଟେମ୍ବରରେ ପରୀକ୍ଷଣ କରାଯାଇଥିବା ଏହି କ୍ଷେପଣାସ୍ତ୍ର ପୂର୍ବ କ୍ଷେପଣାସ୍ତ୍ରଠାରୁ ଭିନ୍ନ ଥିଲା । ଆମେରିକୀୟ ଟିଭି ଚ୍ୟାନେଲ CNN କହିଛି ଯେ ଏହି ପରୀକ୍ଷଣ ମାର୍ଚ୍ଚ ମଧ୍ୟଭାଗରେ ହିଁ କରାଯାଇଥିଲା ।

ଏହା ବି ପଢ଼ନ୍ତୁ:-ଦୁନିଆରେ ଆଉ ଏକ ନୂଆ ମହାମାରୀର ଆରମ୍ଭ, କୋରୋନା ଭଳି ଲକ୍ଷଣ; ରୋଗୀଙ୍କୁ ଆଇସୋଲେଟ ହେବାକୁ ନିର୍ଦ୍ଦେଶ

ଏହା ବି ପଢ଼ନ୍ତୁ:-ତାତି ସାଙ୍ଗକୁ ବର୍ଷା, ରାଜ୍ୟର ଏସବୁ ଜିଲ୍ଲାରେ ବର୍ଷିବ!

ଏହା ବି ପଢ଼ନ୍ତୁ:-ୟୁକ୍ରେନର ମହିଳା ସୈନିକଙ୍କ ସହ ଋଷର ସେନା କରୁଛି ଏହି ଖରାପ କାମ, ଜାଣିଲେ ଉଡ଼ି ଯିବ ଆପଣଙ୍କ ହୋଶ୍!

ୟୁକ୍ରେନ ଯୁଦ୍ଧ (Russia-Ukraine War) କୁ ଦୃଷ୍ଟିରେ ରଖି କ୍ଷେପଣାସ୍ତ୍ର ପରୀକ୍ଷଣର ଖବରକୁ ଗୁପ୍ତ ରଖାଯାଇଥିଲା, କାରଣ ଏହା ଦ୍ୱାରା ଉତ୍ତେଜନା ବଢ଼ିବାର ସମ୍ଭାବନା ଥିଲା । ତେଣୁ ସେତେବେଳେ ଏହା ଘୋଷଣା କରାଯାଇ ନଥିଲା । ମାର୍ଚ୍ଚ ୨୦୨୦ରେ ଆମେରିକା ସେନା ଓ ନୌସେନା ମିଳିତ ଭାବରେ ଅନେକ ହାଇପରସୋନିକ୍ କ୍ଷେପଣାସ୍ତ୍ରର ପ୍ରୋଟୋଟାଇପ୍ ପରୀକ୍ଷା କରିଥିଲେ । DARPA କହିଛି ଯେ, ବାୟୁମଣ୍ଡଳରେ ଉପସ୍ଥିତ ବାୟୁକୁ ବ୍ୟବହାର କରି ହାଇପରସୋନିକ୍ କ୍ଷେପଣାସ୍ତ୍ର ଗତିଶୀଳତା ବଜାୟ ରଖେ । 

Trending news